Odia News Portal

ସିକ୍କିମରେ ଭୟଙ୍କର ହିମସ୍ଖଳନ,ବରଫ ତଳେ ଫଶି ରହିଛନ୍ତି ୧୫୦ରୁ ଅଧିକ ପର୍ଯ୍ୟଟକ

ମଙ୍ଗଳବାର ଦିନ ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ୟ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ୟ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି ସମୟରେ ବରଫ ସ୍ଖଳନ ହୋଇଛି ଯେତେବେଳେ କି ବହୁ ସଂଖ୍ୟାର ପର୍ୟ୍ୟଟକ ସେଠି ଉପସ୍ଥିତ ଥିଲେ । ୮୦ରୁ ଅଧିକ ପର୍ୟ୍ୟଟକ ଏବେ ବରଫ ତଳେ ଫଶି ରହିଥିବା ଅନୁମାନ କରାଯାଉଛି ।

ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି । ସୂଚନା ମୁତାବକ ଏହି ଘଟଣା ମଙ୍ଗଳବାର ମଧ୍ୟାହ୍ନ ୧୨.୨୦ମିନିଟରେ ହୋଇଥିଲା । ସେପଟେ ପର୍ୟ୍ୟଟକଙ୍କୁ ମାତ୍ର ୧୩ ମାଇଲ ଯିବା ପାଇଁ ଅନୁମତି ମିଳିଥିବା ବେଳେ ପର୍ୟ୍ୟଟକମାନେ ୧୫ମାଇଲ ପର୍ୟ୍ୟନ୍ତ ଚାଲିଯାଇଥିଲେ । ଏହି କାରଣରୁ ଅଧିକ ପର୍ୟ୍ୟଟକ ବରଫ ତଳେ ଫଶି ରହିଥିବା କଥା କୁହାଯାଉଛି । ଏଭଳି ସୂଚନା ପାଇବା ପରେ ସିକ୍କିମ୍ ପୋଲିସ ସହିତ ସେନାର ଯବାନମାନେ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି ।