Odia News Portal

ସଲମାନଙ୍କୁ ଯାଂଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍‌କୁ  ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍‌ର ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା କୁହାଯାଇଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି ପ୍ରକାର କଥା ହୋଇ ନ ପାରିବେ, ସେଥିଲାଗି ତାଙ୍କ ମୋବାଇଲ୍‌କୁ ଜବତ କରାଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।