Odia News Portal

ଆସୁଛି ଦାଦାଙ୍କ ବାୟୋପିକ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି । ଏବେ ବଲିଉଡରେ ବାୟୋପିକ୍ ଫିଲ୍ମ ଅଧିକ ଲୋକପ୍ରିୟତା ଅର୍ଜନ କରୁଛି । ଯାହାକୁ ନେଇ ଅଧିକ ବାୟୋପିକ୍ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ପ୍ରଯୋଜକ । ତେନ୍ଦୁଲକର ଓ ଧୋନିଙ୍କ ପରେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ହେବାକୁ ଯାଉଛି । ଏନେଇ ସୂଚନା ଦେଲେ ଲଭ ଫିଲ୍ମସର । ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ କ୍ୟାପଟେନମାନଙ୍କ ମଧ୍ୟରୁ ଜଣେ ହେଲେ ସୌରଭ ଗାଙ୍ଗୁଲି। ତେବେ ଗାଙ୍ଗୁଲିଙ୍କ କ୍ୟାରିଅର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ। ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କ୍ୟାରିଅର ଉପରେ ଏକ ଫିଲ୍ମ ହେବାକୁ ଯାଉଛି। ଫିଲ୍ମର ପ୍ରଯୋଜନା ଦେବେ ଲଭ ଫିଲ୍ମସ। ସୌରଭ ଗାଙ୍ଗୁଲି ଟ୍ୱିଟ କରି ଲେଖିଛନ୍ତି, ‘କ୍ରିକେଟ ମୋ ଜୀବନ। ଏହା ମୋତେ ଆତ୍ମବିଶ୍ୱାସ ଦେଇଛି ଓ ଦକ୍ଷତା ଦେଇଛି ଯେଉଁଥିପାଇଁ ମୁଁ ମୁଣ୍ଡ ଟେକି ଆଗକୁ ବଢି ପାରିଛି। ଏମିତି ଏକ ଯାତ୍ରା ଯାହାକୁ ମନେ ରଖିହେବ। ଏଇଥିପାଇଁ ଖୁସି ଯେ ଲଭ ଫିଲ୍ମସ ମୋ କ୍ୟାରିଅରକୁ ନେଇ ବାୟୋପିକ ନିର୍ମାଣ କରିବ ଓ ଏହାକୁ ବଡ଼ ପରଦାକୁ ଆଣିବ। ତେବେ ଫିଲ୍ମରେ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ।