Odia News Portal

ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କୋଲକାତା : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ଗାଙ୍ଗୁଲିଙ୍କ ଝିଅ ସନା ସୂଚନା ଦେଇଛନ୍ତି । ହସ୍ପିଟାଲରେ ଗାଙ୍ଗୁଲିଙ୍କୁ ଭେଟିବା ପରେ ଗାଙ୍ଗୁଲିଙ୍କ ଝିଅ ସନା ବାପା ଭଲ ଥିବା ସୂଚନା ଦେଇଛନ୍ତି ।ଗାଙ୍ଗୁଲିଙ୍କ ଅବସ୍ଥା ସ୍ଥିର ରହିଛି । ଏହାସହ ସେ ପିତାଙ୍କ ସହ ସେ କଥା ମଧ୍ୟ ହୋଇଛନ୍ତି ।

ସୂଚନାନୁସାରେ, ଶନିବାର ଗାଙ୍ଗୁଲି ତାଙ୍କ ଘରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ କୋଲକାତାର ଉଡ଼ଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।

ହସ୍ପିଟାଲର ସୂଚନା ଅନୁସାରେ, ଗାଙ୍ଗୁଲିଙ୍କ ଅବସ୍ଥା ସ୍ଥିର ଅଛି । ତାଙ୍କ ହୃଦୟରେ ଅସ୍ତ୍ରୋପଚାର ହୋଇଛି । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୌରଭ ଡାକ୍ତରଙ୍କ ସହ କଥା ହୋଇଥିବା ବେଳେ ଶାରିରୀକ ଭାବେ ସେ ସୁସ୍ଥ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ୍‌ରେ ସୌରଭଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିିଛନ୍ତି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବହୁ କ୍ରିକେଟର ମଧ୍ୟ ସୌରଭଙ୍କ ଆରୋଗ୍ୟ କାମନା କରିଛନ୍ତି। ଛାତିରେ ଯନ୍ତ୍ରଣା ଯୋଗୁଁ ଗତକାଲି ସୌରଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।