Odia News Portal

ଓଡ଼ିଶାରେ ଉପବବ୍ଧ ସ୍ପୁଟିନିକ୍‌-ଭି ଟିକା

ଭୁବନେଶ୍ୱର: କରୋନା ବିରୋଧରେ ସାରା ବିଶ୍ୱରେ ଚାଲିଛି ଲଢ଼େଇ । ତେବେ ଲୋକେ ଟିକାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ଦୁଇଟି ଡୋଜ ଲେଖାଏଁ ଟିକା ଦିଆଯାଉଛି । ତେବେ ଓଡ଼ିଶାରେ ଉପଲବ୍ଧ ହେଉଛି ଋଷିଆ ଟିକା ସ୍ପୁଟିନିକ୍‌-ଭି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏହି ଟିକା ଉପଲବ୍ଧ ହେଉଥିବା ବେଳେ ଗୋଟିଏ ଡୋଜର ମୂଲ୍ୟ ୧୧ଶହ ୪୫ ଟଙ୍କା ରହିଛି । ତେବେ ଦୁଇଟି ଡୋଜ ଲାଗି ୨୨ଶହ ୯୦ ଟଙ୍କା ପଡ଼ିବ । ପ୍ରଥମ ଡୋଜ ନେବାର ୨୧ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡିବ । ତେବେ ଋଷିଆ ଟିକାର ଚାହିଦା ଅଧିକ ଥିବାରୁ ଘରୋଇ ହସ୍ପିଟାଲରେ ଲୋକଙ୍କ ଚାହିଦା ବଢ଼ିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।