Odia News Portal

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ବିନ୍ନି

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟ୍ରୁଆର୍ଟ ବିନ୍ନି ଆନ୍ତର୍ଜାତୀୟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇଛନ୍ତି । ସେ ଆଜି ନିଜର ଅବସର ଘୋଷଣା କରିଛନ୍ତି । ବିନ୍ନି ୬ଟି ଟେଷ୍ଟ, ୧୪ଟି ଦିନିକିଆ ଏବଂ ୩ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେପଟେ ୭୯ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି ବିନ୍ନି । ଆଇପିଏଲରେ ମଧ୍ୟ ଦମଦାର ଖେଳ ଜାରି ରଖିଛନ୍ତି ସେ । ବାଲାଂଦେଶ ବିପକ୍ଷରେ ଲୋସ୍କୋରିଂ ମ୍ୟାଚରେ ଭାରତକୁ ବିଜୟୀ କରାଇଥିବା ବିନ୍ନିଙ୍କ ରେକର୍ଡ ସବୁଦିନ ଲାଗି ମନେରହିବ । ମାତ୍ର ୪ ରନ ଦେଇ ୬ଟି ୱିକେଟ ନେଇଥିଲେ ବିନ୍ନି । ଭାରତର ପରାଜୟ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିନ୍ନି ମ୍ୟାଚକୁ ବଦଳାଇ ଦେଇଥିଲେ ।

ବିନ୍ନି ପାଖାପାଖି ଦୁଇ ଦଶନ୍ଧି ଧରି ଫାଷ୍ଟ କ୍ଲାସ୍ କ୍ରିକେଟ ଖେଳିଥିଲେ। ସେ ମୋଟ ୯୫ଟି ଫାାଷ୍ଟ କ୍ଲାସ୍ କ୍ରିକେଟ ଖେଳିଛନ୍ତି। ସେ ଫାଷ୍ଟ କ୍ଲାସ୍ କ୍ୟାରିୟରରେ ୧୪୮ ଓ୍ବିକେଟ ନେବା ସହିତ ୪୭୯୬ ରନ୍ କରିଛନ୍ତି। ସେହିପରି ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି। ସେ ଆଇପିଏଲରେ ୯୫ଟି ମ୍ୟାଚ୍ ଖେଳି ୮୮୦ ରନ୍ କରିବା ସହିତ ୨୨ ଓ୍ବିକେଟ ନେଇଛନ୍ତି।