Odia News Portal

ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ: ଗଞ୍ଜାମ ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତରେ ଉପନିର୍ବାଚନ ବିଗୁଲ | ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଥିଲେ ୩ ପ୍ରାର୍ଥୀ । ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ । ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା ।

ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି ।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଞ୍ଜନ ତାରିଣୀ, ଲଳିତ କୁମାର ସ୍ୱାଇଁ ଓ ପ୍ରବୀଣ କୁମାର ସ୍ୱାଇଁ । ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଜାଞ୍ଚ୍ କରାଯିବ ଏବଂ ୨୨ ଜାନୁଆରୀରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଛି । ଆସନ୍ତା ଫେବୃୟାରୀ ୧୧ ରେ ଏହି ଆସନ ପାଇଁ ନିର୍ବାଚନ ହେବ |