Odia News Portal

ଭିଜିଲାନ୍ସ ପଞ୍ଝାରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ନୂଆପଡ଼ା: ଲାଞ୍ଚ ନେଉଥିଲେ, ଧରା ପଡିଗଲେ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ । ଟିଜିଟି ଶିକ୍ଷକଙ୍କ ସର୍ଭିସ୍ ବୁକ୍ ଅପଡେଟ୍ ଏବଂ ବେତନରେ ବାର୍ଷିକ ବୃଦ୍ଧି ମଞ୍ଜୁର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାସହିତ ତାଙ୍କ ନିକଟରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି।