Odia News Portal

ଜିଲ୍ଲା କୋର୍ଟଙ୍କ ରାୟ କୁ ଟାର୍ଗେଟ କଲେ ସୁମିତ

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦରେ ନୂଆମୋଡ । ଗତ ୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଉପରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ । ଡିମ୍ପଲ, ସୁମିତଙ୍କ ଘରେ ରହିବା ଏବଂ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁମିତ । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟ ପରେ ତପସ୍ବିନୀ ଯଦିଓ ତାଙ୍କ ଶାଶୁଘରେ ରହିବା ପାଇଁ ସୁଯୋଗ ପାଇଛନ୍ତି, କିନ୍ତୁ ଡାକ୍ତର ସୁମିତ ତଳ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟ ଏକପାଖିଆ ବୋଲି ସେ କହିଛନ୍ତି । ତପସ୍ବିନୀଙ୍କ ସହ ବିବାହ ବିବାଦ ମାମଲା ଅଦାଲତର ବିଚାରାଧିନ ରହିଥିବା ବେଳେ ଜିଲ୍ଲା ଜଜ୍ କୋର୍ଟ କିପରି ସଙ୍ଗେ ସଙ୍ଗେ ମଧ୍ୟବର୍ତ୍ତୀକାଳିନ ଭରଣପୋଷଣ ଧାର୍ୟ୍ୟ କଲେ ବୋଲି ସୁମିତ ପ୍ରଶ୍ନ କରିଛନ୍ତି । ସୁମିତ କହିଛନ୍ତି ସେ ମାନସିକ ଭାବେ ସେ ଅସୁସ୍ଥ ଥିବାରୁ ସ୍ବାଭାବିକ ଭାବେ ଚାକିରୀରେ କାର୍ୟ୍ୟ କରିବା ସମ୍ଭବ ନ ଥିବାରୁ ଛୁଟିରେ ରହିଛନ୍ତି । ତେଣୁ ସେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।