Odia News Portal

ସୁମିତ ତପସ୍ୱିନୀ ଙ୍କ ବିବାଦର ଅନ୍ତ

ବହୁଚର୍ଚ୍ଚିତ ସୁମିତ୍ ଓ ତପସ୍ୱିନୀ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ଡିମ୍ପଲ୍ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।
ପୂର୍ବରୁ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବା ନେଇ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମିତଙ୍କ ଓକିଲ । ଶେଷରେ ୪୪ ଦିନ ଧରି ଶ୍ୱଶୁର ଘରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।