Odia News Portal

ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍‌

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ସୈନିକ ସ୍କୁଲର ପ୍ରବେଶିକା ପରୀକ୍ଷାର ମେରିଟ୍ ଲିଷ୍ଟ୍ । ରାଜଧାନୀସ୍ଥିତ ସୈନିକ୍ ସ୍କୁଲର ଷଷ୍ଠ ଶ୍ରେଣୀରେ ଆଡମିଶନ ପାଇଁ ଅଖିଳ ଭାରତୀୟ ସୈନିକ୍ ସ୍କୁଲ୍ ପ୍ରବେଶିକା ପରୀକ୍ଷା-୨୦୨୧ର ଚୂଡ଼ାନ୍ତ ମେରିଟ୍ ତାଲିକା ଏବଂ ପ୍ରତୀକ୍ଷା ସୂଚୀ ପ୍ରକାଶ ପାଇଛି । ଜୁଲାଇ ୨୫ ତାରିଖ ଅଥବା ରବିବାର ୮ଟା ସମୟରେ ସୈନିକ୍ ସ୍କୁଲ୍ ଭୁବନେଶ୍ୱର ୱେବସାଇଟ୍: : www.sainikschoolbhubaneswar.orgରେ ଅପଲୋଡ୍ କରାଯିବ । ମନୋନୀତ ପ୍ରାର୍ଥୀମାନେ ପ୍ରତ୍ୟେକ ବର୍ଗରେ ଯୋଗ୍ୟତା, ଡାକ୍ତରୀ ଫିଟନେସ୍, ମୂଳ ଦଲିଲ ଯାଞ୍ଚ, ପ୍ରମାଣପତ୍ର ଦାଖଲ ଏବଂ ଆବଶ୍ୟକ ରହିଥିବା ସୌନିକ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି । ଦେୟ ପ୍ରଦାନ ଅନୁଯାୟୀ ବିଦ୍ୟାଳୟରେ ଆଡମିଶନ ପାଇଁ ଛାତ୍ରଛାତ୍ରୀମାନେ ଯୋଗ୍ୟ ହେବେ।