Odia News Portal

ଶ୍ରୀକ୍ଷେତ୍ର ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିଦିନ ଉତ୍ସବ । ଜଗାର ପ୍ରତିଦିନ ରହିଛି ଅନେକ ନୀତି ନିୟମ । ବାର ମାସରେ ତେର ପର୍ବ ହୋଇଥିବା ବେଳେ ପୁରୀରେ କିନ୍ତୁ ପ୍ରତିଦିନ ଉତ୍ସବ ଭଳି ଲାଗେ । ତେବେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ୱ ।

ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ ।