Odia News Portal

ଜେଲରେ କଏଦୀର ଆତ୍ମହତ୍ୟା

ଯାଜପୁର: ଜେଲରେ ବିଚାରାଧିନ କଏଦୀର ଆତ୍ମହତ୍ୟା । ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ ସେକ କ୍ଷ ଗତକାଲି ସନ୍ଧ୍ୟାରେ ଉପକାରାଗାରର କ୍ୱାରେଣ୍ଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗେଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହା ଜାଣିବା ପରେ ତୁରନ୍ତ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଜେଲ କର୍ତ୍ତୁପକ୍ଷ କୋରେଇ ଥାନାରେ ଏତଲା ଦେଇଥିବା ବେଳେ ଏତଲା ଆଧାରରେ କୋରେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କଏଦୀ ଜଣଙ୍କର ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ଜେଲ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି ।