Odia News Portal

ସ୍ୱାଧିକାର ନ୍ୟୁଜର ମହାପ୍ରଭାବ, ଅସହାୟଙ୍କୁ ମିଳିଲା ସହାୟତା

ମାହାଙ୍ଗା: ଖବର ବାଜିଲା , ପ୍ରଭାବ ପଡିଲା । ଅସହାୟଙ୍କ ପାଖେ ପହଁଚିଲା ସହାୟତାର ହାତ । ଆଉ ସହାୟତାର ହାତ ବଢାଇଲେ ସାମାଜିକ ସଙ୍ଗଠନ । ସ୍ୱାଧିକାର ନୁଜ୍ର ମହାପ୍ରଭାବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓଡଖଣ୍ଡ ଗାଁର ଜିତୁନ କୁମାର ଦାସ । ଗଲା ୨ ବର୍ଷ ହେବ କିଡ୍‌୍‌ନୀ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନରେ ଅଛନ୍ତି । ଚିକିତ୍ସା ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିଲେ । ହେଲେ ଏତେ ଟଙ୍କା ଯୋଗାଡ କରିବା ପରିବାର ପକ୍ଷେ ଅସମ୍ଭବ ହୋଇପଡିଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକେ ।ପରିବାରରେ ଏକମାତ୍ର ପୁଅ ଜିତୁନ । ଗାଁ ମୁଣ୍ଡରେ ସିମେଂଟ ନନ୍ଦ ଦୋକାନ କରି ପରିବାର ପୋଷୁଥିଲେ । ହେଲେ ଦେହ ଖରାପ ହେବା ଠୁ ସେଇଟା ବି ବନ୍ଦ । ପରିବାର କହିଲେ ବୁଢ଼ା ବାପା ମା, ପତ୍ନୀ ଓ ଦୁଇଟି ପିଲା ।

ସେପଟେ ପୂବରୁ ସହାୟତା ନେଇ ସରକାର,ସ୍ୱଚ୍ଛାସେବୀ ସଙ୍ଗଠନ ଓ ବିଦ୍ୱାନବ୍ୟକ୍ତିଙ୍କୁ ଜିତୁନଙ୍କ ଚିକିତ୍ସା ପାଇଁ ସହେଯାଗର ନିବେଦନ କରାଯାଇଥିଲା । କିଛି ସାମାଜିକ ସଂଙ୍ଗଠନ ତାଙ୍କ ବାସଭବନ ଓଡଖଣ୍ଡ ଗାଁରେ ପହଁଚି ସହାୟତାର ହାତ ବଢେଇଛନ୍ତି । ଝିଅ ପାଠ ପଢା ସହ କିଛି ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସାଧାରଣଲୋକଙ୍କ ସମସ୍ୟା ଓ ଅସହାୟ ଲୋକଙ୍କ ସାହାରା ସାଜିବାକୁ ଆମେ ସବୁବେଳେ ଚେଷ୍ଟିତ । । ଆଶା କରିବୁ ଆପଣମାନଙ୍କ ସହଯୋଗରେ ଜିତୁନ ଶୀଘ୍ର ସୁସ୍ଥ ହୋଇଯିବେ ।