Odia News Portal

ବାରବାଟୀରେ ହେବ ଟି-୨୦ ମ୍ୟାଚ

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି । ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବାତିଲ ହୋଇଛି ।