Odia News Portal

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିନ ଯେତିକି ପାଖଉଛି ଟି-୨୦ ବିଶ୍ୱକପ ଲାଗି ଉତ୍ସାହ ସେତିକି ବଢ଼ୁଛି । ଏହାରି ଭିତରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିଶ୍ୱକପ ଲାଗି ଦଳ ଘୋଷଣା କରିଛି । ବୋର୍ଡ ଦ୍ୱାରା ଘୋଷଣା କରାଯାଇଥିବା ୧୫ ସଦସ୍ୟ ବିଶିଷ୍ଟ ଟିମ୍ ରେ କ୍ୟାପ୍ଟେନ ଆରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିଥ ସାମିଲ ଅଛନ୍ତି । ଏହି ଦୁଇ ଖେଳାଳୀ ପୂର୍ବରୁ ଆହତ ହୋଇଥିଲେ । ସୁସ୍ଥ ହେବା ପରେ ଏବେ ଟିମ୍ କୁ ଫେରିଛନ୍ତି । ନିକଟରେ ଆଇସିସି ଦ୍ୱାରା ଟି୨୦ ବିଶ୍ୱକପର ଶେଡ୍ୟୁଲ ଜାରି କରାଯାଇଥିଲା ।

ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ଟିମ୍:
ଆରୋନ ଫିଞ୍ଚ (କ୍ୟାପ୍ଟେନ), ଏଷ୍ଟନ ଏଗର, ପ୍ୟାଟ କମିଂସ, ଜୋଶ ହେଜଲବୁଡ, ମିଶେଲ ମାର୍ସ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ୍, ଷ୍ଟିଭ ସ୍ମିଥ, ମିଶେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମିଶେଷ ସ୍ୱିପସନ, ମ୍ୟାଥ୍ୟୁ ବେଡ, ଡେଭିଡ ଭାର୍ନର, ଏଡମ ଜମ୍ପା । ଟି୨୦ ବିଶ୍ୱକପ ରୁ ଶୁଭାରମ୍ଭ ଅକ୍ଟୋବର ୧୭ ଓମାନ ଏବଂ ପପୁଆରେ ନ୍ୟୁଗିନିରେ ହବ । ଅଷ୍ଟ୍ରେଲିଆ ଅକ୍ଟୋବର ୨୩ ରେ ଆଫ୍ରିକା ବିପକ୍ଷରେ ମୁକାବିଲା କରିବ ।