Odia News Portal

ଭାରତୀୟ ଟି-୨୦ ଦଳରେ ପରିବର୍ତ୍ତନ, ଏହି ଖେଳାଳୀଙ୍କ ସ୍ଥାନରେ…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ-୨୦ ବିଶ୍ୱକପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଛି ପରିବର୍ତ୍ତନ । ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଚୟନକର୍ତ୍ତାମାନେ ଗତ ସେପ୍ଟେମ୍ବରରେ ୯ରେ ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଥିଲେ। ସେଥିରେ ୧୫ ଜଣ ଖେଳାଳି ମନୋନୀତ ହୋଇଥିଲେ । ଅବଶ୍ୟ ଆଇପିଏଲରେ କିଛି ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଶାର୍ଦ୍ଦୁଲଙ୍କୁ ହାର୍ଦ୍ଦିକଙ୍କ କଭର ଭାବେ ଦଳରେ ସାମିଲ କରାଯାଇଛି। ଦୀର୍ଘ ଦିନ ଧରି ହାର୍ଦ୍ଦିକ ବୋଲିଂ କରିନାହାଁନ୍ତି। ତାଙ୍କୁ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସାମିଲ କରାଯାଇଛି।ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲଙ୍କୁ ତାଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇପାରେ। ବୋଲିଂ ସହିତ ଶାର୍ଦ୍ଦୁଲ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବେ।