Odia News Portal

ବିଶ୍ୱର ନମ୍ବର.୧ ଟିମ ପାଲଟିଲା ଇଣ୍ଡିଆ

ଆଇସିସି ପକ୍ଷରୁ ଜାରି ହୋଇଛି ଟିମ ରାଙ୍କିଙ୍ଗ ତାଲିକା । ଯେଉଁଥିରେ କ୍ରିକେଟର ସବୁ ଫର୍ମାଟରେ ନମ୍ବର.୧ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ ଦେଇ ଏହି ରେକର୍ଡ ସ୍ଥାପନ କରିଛି ରୋହିତ ସେନା । ତେବେ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଛି ମେନଇନ ବ୍ଲୁ ।

ଦିନିକିଆ ଏବଂ ଟି-୨୦ ଫର୍ମାଟରେ ନମ୍ବର.୧ ଟିମ ଭାବରେ ରହିଥିବା ବେଳେ ନାଗପୁର ଟେଷ୍ଟ ବିଜୟ ପରେ ଟେଷ୍ଟରେ ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିଛି ଭାରତ । ଟେଷ୍ଟ ରାଙ୍କିଙ୍ଗରେ ୧୧୫ ପଏଣ୍ଟ ସହ ଭାରତ ଟପ୍ ରେ ପହଞ୍ଚିଛି । ତେବେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆଗାମୀ ଟେଷ୍ଟରେ ଭାରତକୁ ଟକ୍କର ଦେବା ପାଇଁ ଯୋଜନା କରୁଛି । ଅନ୍ୟ ପକ୍ଷରେ ଦିନିକିଆ ଫର୍ମାଟରେ ୧୧୪ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୧୧୧ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଏହାବ୍ୟତୀତ ଟି-୨୦ରେ ୨୬୭ ପଏଣ୍ଟ ସହିତ ଭାରତ ଏକ ନମ୍ବରରେ ରହିଛି ଏବଂ ଇଂଲଣ୍ଡ ୨୬୬ ପଲଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି ।

କ୍ରିକେଟ ଇତିହାସରେ ଭାରତ ପ୍ରଥମ ଥର ପାଇଁ ପ୍ରତ୍ୟେକ ଫର୍ମାଟରେ ଏକ ନମ୍ବର ହୋଇଥିବା ବେଳେ ରେକର୍ଡ ସୃଷ୍ଟି ହୋଇଛି । ପୂର୍ବରୁ କେବଳ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଶୀର୍ଷ ସ୍ଥାନରେ ରହିଥିଲା ଟିମ ଇଣ୍ଡିଆ । କିନ୍ତୁ ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ବିଜୟ ପରେ ଶୀର୍ଷ ସ୍ଥାନକୁ ମଧ୍ୟ ଛଡାଇ ଆଣିଛି ଟିମ ଇଣ୍ଡିଆ ।