Odia News Portal

ଆଜି ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍‌

ଆଜି ଆସିବାକୁ ଯାଉଛି ସେପ୍ଟେମ୍ବର ମାସର ଗାଇଡଲାଇନ୍ ଯାହା ଉପରେ ସମସ୍ତ ଙ୍କ ନଜର ରହିଛି ।

ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର ।

ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ସଂପୂର୍ଣ୍ଣ ଅନଲକ ବଦଳରେ କଟକଣାକୁ ଆଉ ସାମାନ୍ୟ କୋହଳ କରିପାରନ୍ତି ସରକାର ।

ପୂର୍ବରୁ କଟକ, ଭୁବନେଶ୍ବର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିଥିଲା । ହେଲେ ସେପ୍ଟେମ୍ବର ଗାଇଡଲାଇନରେ ଏହି ୩ ସହରରୁ ସପ୍ତାହାନ୍ତ ସଟଡାଉନ ଉଠିପାରେ । 

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା ହ୍ରାସ ପାଇବା ସହ ସ୍ଥିତିରେ ବି ସୁଧାର ଆସୁଛି ।