Odia News Portal

IPL: ଆଜି ମୁମ୍ବାଇ-ଦିଲ୍ଲୀ, ରାଜସ୍ଥାନ-ଚେନ୍ନାଇ

ଦୁବାଇ: ଆଇପିଏଲ ମହାସମରରେ ଆଜି ୨ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚଟି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନକୁ ଭେଟିବ ଟେବୁଲ ଟପ୍ପର ଚେନ୍ନାଇ । ଆଜିର ଦୁଇଟିଯାକ ମ୍ୟାଚ ବେଶ ଗୁରୁତ୍ୱ ବହନ କରିବ । ଦିଲ୍ଲୀ ଏବଂ ଚେନ୍ନାଇ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିନେଇଥିବା ବେଳେ ରାଜସ୍ଥାନ ଏବଂ ମୁମ୍ବାଇ ପ୍ଲେଅଫ ଲାଗି ସଂଘର୍ଷ କରୁଛନ୍ତି । ତେବେ ଚେନ୍ନାଇ ଶେଷ ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚରେ ପୁନର୍ବାର ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବ । ତେବେ ଦିଲ୍ଲୀ ଏବେ ଦମଦାର ଫର୍ମରେ ଥିବାରୁ ମୁମ୍ବାଇର ବିଜୟରେ ରୋକ ଲଗାଇପାରେ ବୋଲି ଯୁକ୍ତି ବାଢ଼ୁଛନ୍ତି କ୍ରୀଡାପ୍ରେମୀ ।