Odia News Portal

ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀବହୁଳ, ପାହାଡ଼ ଓ ଜଙ୍ଗଲରେ ଭରା ଅନେକ ଦୁର୍ଗମ ଅଞ୍ଚଳ ଥିବା ଏହି ଜିଲ୍ଲାର ବାସିନ୍ଦା ଯେଭଳି ସହଜରେ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଦେବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ସ୍ମାର୍ଟ କାର୍ଡ। କନ୍ଧମାଳ ଜିଲ୍ଲାର ୧.୬୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଏଥିରୁ ଉପକୃତ ହେବେ। ସରକାରଙ୍କ ଦ୍ୱାରା ଜିଲ୍ଲାବାସୀ ଯେକୌଣସି ରୋଗ ନିମନ୍ତେ ଉତ୍ତମ ଚିକିତ୍ସା ସେବା ବଡ଼ ବଡ଼ ଡାକ୍ତରଖାନାରୁ ତଥା ନିଜ ହାତ ପାଆନ୍ତାରେ ଡିଜିଟାଲ ମାଧ୍ୟମରେ ପାଇପାରିବେ। କେବଳ ଏତିକି ନୁହେଁ ଜିଲ୍ଲାବାସୀଙ୍କ ନିମନ୍ତେ ନବୀନ ପଟ୍ଟନାୟକ ସାଥିରେ ନେଇ ଆସୁଛନ୍ତି ପ୍ରାୟ ୩୦୦ କୋଟି ଟଙ୍କାର ବହୁସଂଖ୍ୟକ ପ୍ରକଳ୍ପ। ଅନେକ ପ୍ରକଳ୍ପ ଉଦ୍ଘାଟନ କରିବେ ତଥା ବହୁ ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।