Odia News Portal

ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଗାଙ୍ଗୁଲି । ୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ କ୍ରିକେଟର । କୋଲକାତାର ସେଂଟ ଜାଭିୟର ସ୍କୁଲରେ ସୌରଭ ନିଜର ସ୍କୁଲିଂ କମ୍ପିଟି କରିଛନ୍ତି । ପିଲାଟି ଦିନରୁ ତାଙ୍କର ଫୁଟବଲ ଖେଳରେ ରୁଚିଥିଲା । କିନ୍ତୁ ତାଙ୍କ ବଡ଼ ଭାଇ ସ୍ନେହାଶିଷଙ୍କ କହିବା ପରେ ସେ କ୍ରିକେଟ ଖେଳିଥିଲେ । କ୍ରିକେଟକୁ ଏମିତି ଭାବରେ ଖେଳିଲେ କି ଏହାକୁ ଜୀବନ ବୋଲି ଭାବିନେଲେ । ଏହାପରେ ସେ ପଶ୍ଚିମବଙ୍ଗର ଅଣ୍ଡର ୧୫ ଦଳରେ ସ୍ଥାନ ପାଇଥିଲେ । ଓଡ଼ିଶା ବିପକ୍ଷ ମ୍ୟାଚରେ ଶତକୀୟ ପାଳି ଖେଳିବା ପରେ ତାଙ୍କୁ ସମସ୍ତେ ଚିହ୍ନିଥିଲେ ।

ତେବେ ସେ ପ୍ରଥମେ ୧୯୯୨ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ଗାବାରେ ଖେଳାଯାଉଥିବା ଏହି ସିରିଜରେ ମାତ୍ର ଗୋଟିଏ ମ୍ୟାଚରେ ସ୍ଥାନ ପାଇଥିଲେ । ଡେବ୍ୟୁ ମ୍ୟାଚରେ ମାତ୍ର ୩ ରନ କରିଥିଲେ ଦାଦା । ପରେ ପରେ ଖେଳରେ ଧ୍ୟାନ ଦେଇଥିଲେ ଆଉ ବଡ଼ ବଡ଼ ସଟ ସହ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ ଜିଣିଥିଲେ ଗାଙ୍ଗୁଲି । ଅଫ ସାଇଡରେ ବିଶାଳ କାୟ ଛକା ମାରିବାରେ ତାଙ୍କର କ୍ଷ୍ୟାତି ରହିଛି । ତେବେ ବେଙ୍ଗଲ ଟାଇଗର ଏବଂ ଦାଦା ନାମରେ କ୍ରିକେଟରେ ବେଶ ପ୍ରସିଦ୍ଧି ରହିଛି । ଗାଙ୍ଗୁଲି ୧୯୯୬ରେ ଇଂଲଣ୍ଡ ବିକ୍ଷରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ତେବେ ଲଗାତାର ସେ ଟେଷ୍ଟ ଦଳରେ ଖେଳ ଜାରି ରଖିଥିଲେ । ୧୯୯୭ ମସିହାରେ ସାହାରା କପରେ ପାକିସ୍ତାନ ବିରୋଧରେ ଏକ ସାନଦାର ଇନିଂସ ଖେଳିଥିଲେ । ୭୫ ରନ ସଂଗ୍ରହ କରିବା ସହ ୧୬ ରନ ବିନିମୟରେ ୫ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ଏହି ସିରିଜରେ ମଧ୍ୟ ସେ ମ୍ୟାନ ଅଫ ଦ ସିରିଜି ମଧ୍ୟ ପାଇଥିଲେ ।

ସଚିନଙ୍କ ସହ ତାଙ୍କର ପାଟନରସିପ ଭଲ ରହିଥିଲା । ୧୯୯୯ ମସିହାରେ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ ସଂଗ୍ରହ କରିଥିଲେ । ଯାହାକି ଆଜି ମଧ୍ୟ ତାଙ୍କର ହାଇଏଂଟ ସ୍କୋର ହୋଇ ରହିଛି । ଏହି ବର୍ଷ ମଧ୍ୟ ପେପସିକପରେ ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ମଧ୍ୟ ହୋଇଥିଲେ । ଏହାପରେ ସେ ଭାରତୀୟ ଦଳର ଅଧିନାୟକଭାର ତୁଲାଇଥିଲେ । ତାଙ୍କ ଅଧିନାୟକତ୍ୱରେ ବହୁ ଯୁବ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଥିଲା । ଜାହିର ଖାନ, ଯୁବରାଜ ସିଂ,ରାହୁଲ ଦ୍ରାବିଡ ଏବଂ ଲକ୍ଷ୍ମଣଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିଥିଲା । ସଚିନଙ୍କ ଭଳି ଅଭିଜ୍ଞ ଖେଳାଳୀଙ୍କ ସାଙ୍ଗକୁ ଯୁବ ପ୍ରତିଭାଙ୍କ ଖେଳ ଲାଗି ତାଙ୍କ ଟିମ୍ ଢ଼େରସାରା ନାମ କମାଇଥିଲା । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ସୁଯୋଗ ମିଳିଥିଲା । ତେବେ ଯଦି ଆମେ ଗାଙ୍ଗୁଲିଙ୍କ କ୍ୟାରିୟର ଉପରେ ନଜର ପାକଇବା ତେବେ ସେ ୧୧୩ଟି ଟେଷ୍ଟ ମ୍ୟାଚ ଖେଳି ୭ଜହାର ୨୧୨ ରନ କରିଛନ୍ତି । ସେପଟେ ୩୧୧ଟି ଦିନିକିଆ ମ୍ୟାଚ ଖେଳି ୧୧ହଜାର ୩୬୩ ରନ ସଂଗ୍ରହ କରିଛନ୍ତି ଗାଙ୍ଗୁଲି ।

ଫାଷ୍ଟକ୍ଲାସ କ୍ରିକେଟରେ ମଧ୍ୟ ତାଙ୍କର ଭଲ ପ୍ରଦର୍ଶନ ରହିଛି । ୪୩୭ଟି ମ୍ୟାଚ ଖେଳି ୧୫ ହଜାର ୬୨୨ ରନ ସଂଗ୍ରହ କରିଛନ୍ତି । ଆଇପିଏଲ ପ୍ରଥମ ସସ୍କରଣରେ ଗାଙ୍ଗୁଲି କୋଲକାତା ନାଇଟରାଡର୍ସର ଅଧିନାୟକ ହୋଇଥିଲେ । ତେବେ କ୍ରିକେଟକୁ ଅଲବିଦା କହିଥିବା ଗାଙ୍ଗୁଲିଙ୍କର କିନ୍ତୁ ଆଜି ମଧ୍ୟ ଭାରତୀୟ ଦଳରେ ବେଶ ଦବଦବା ରହିଛି । ଏବେ ସେ ବିସିସିଆଇ ଅଧ୍ୟକ୍ଷ ରହିଛନ୍ତି । ଯଦି ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ତେବେ ଅଭିନେତ୍ରୀ ନଗମାଙ୍କ ପ୍ରେମରେ ପଡିଥିଲେ ଦାଦା । ଉଭୟଙ୍କ ପ୍ରେମ କିଛିଦିନ ଚାଲିଥିଲା । ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା । ଏହାପରେ ସୌରଭ ୧୯୯୭ ମସିହାରେ ଡୋନାଙ୍କୁ ବିବାହ କରିଥିଲେ । ତାଙ୍କ ଗୋଟିଏ ଝିଅ ମଧ୍ୟ ଅଛନ୍ତି ତାଙ୍କ ନାମ ରହିଛି ସାନା ଗାଙ୍ଗୁଲି । ନିଜର ବ୍ୟକ୍ତିଗତ ଜୀବନରେ ସେ ବହୁତ ଖୁସି ଅଛନ୍ତି । ତେବେ ତାଙ୍କ ଜନ୍ମଦିନରେ ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ହାଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ।