Odia News Portal

ଚାରିଧାମ ଯାତ୍ରା ଆଜିଠୁ ଆରମ୍ଭ , କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ

ବହୁପ୍ରତିକ୍ଷୀତ ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳୀ ପାଇଁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ଭିତରର କୋଭିଡ ରିପୋର୍ଟ ସାଥୀରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଶୁକ୍ରବାର ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି।  ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ, ଚାରିଧାମ କରିବାକୁ ଆଗ୍ରହ ରଖିଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ନାମ ପଂଜିକରଣ କରିବା ଏବଂ ଇ-ପାସ ବାଧ୍ୟତାମୂଳକ ଭାବେ ପାଖରେ ରଖିବେ। ସେହିଭଳି ୭୨ ଘଣ୍ଟା ମଧ୍ୟରେ କୋଭିଡ ନେକେଟିଭ ରିପୋର୍ଟ ଅଥବା କରୋନା ଟିକାର ୨ଟି ଡୋଜ ନେଇଥିବାର ରିପୋର୍ଟ ଦେଖାଇବେ।