Odia News Portal

ଲାଇନ ଚ୍ୟୁଚ ହେଲା ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ହଜରତ ନିଜାମୁଦ୍ଦିନରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କୋଙ୍କଣ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଟ୍ରେନଟି ଗୋଆର ମଡଗାଓଁକୁ ଯାଉଥିବା ବେଳେ ରତ୍ନଗିରିରେ ଟ୍ରେନର ଚକ ଟ୍ରାକରୁ ବାହାରକୁ ବାହାରି ଯାଇଥିଲା। ଅଧିକାରୀ ଜଣକ କହିଛନ୍ତି,ହଜରତ ନିଜାମୁଦ୍ଦିନ-ମଡଗାଓଁ ଜଙ୍କସନ ନିକଟରେ ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ସୁପରଫାଷ୍ଟ ସ୍ପେଶାଲ ଟ୍ରେନର ଚକ ଆଜି ସକାଳ ୪.୧୫ ମିନିଟରେ ରେଳ ଧାରଣାରୁ ବାହାରି ଯାଇଥିଲା ଫଳରେ ଏହା ଲାଇନଚ୍ୟୁତ ହୋଇଥିଲା।

ଯଦିଓ ଏହାର କାରଣ ଜଣାପଡିନାହିଁ, ତେବେ ଏକ ଟନେଲ ମଧ୍ୟ ଦେଇ ଯିବା ବେଳେ ଏକ ଛୋଟ ବୋଲ୍ଡର ଟ୍ରେନର ଗୋଟିଏ ଚକ ସହ ଧକ୍କା ହେବା ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ସିପିଆରଓ ସୂଚନା ଅନୁଯାୟୀ, ସେହି ଟ୍ରାକକୁ ସକାଳ ୮:୧୮ରେ ମରାମତି କରାଯିବ ପରେ ୮:୪୫ରେ ଟ୍ରେନ ପୁଣି ଯାତ୍ରା କରିଛି।