Odia News Portal

ପିକନିକ ହେଲା କାଳ: ଗାଧୋଇବା ବେଳେ ଭାସିଗଲେ ୩ ଯୁବକ,୨ମୃତ ଜଣେ ନିଖୋଜ

କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ଭାସି ଯାଇଥିଲେ ।

ଏହାକୁ ନେଇ ଅନ୍ୟ ସାଙ୍ଗମାନେ ଅଗ୍ନିସମ ବାହିନୀକୁ ସୂଚନା ଦେବା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅନେକ ଖୋଜା ଖୋଜି କରିବା ପରେ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି ।