Odia News Portal

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

ଡିଏଭି ପାଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରେର ପ୍ରାତଃ ଆଠ ଘଟିକାରେ ବିଦ୍ୟାଳୟର ସମସ୍ଥ ଶିକ୍ଷକ-ଶିକ୍ଷୟତ୍ରୀ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉତ୍କଳ ର ବରଣ୍ୟ ବ୍ୟକ୍ତିତ୍ୱ ର ପରିଚୟ ପ୍ରଦାନ କରିଥିବା ବେଳେେ ସେହି ବ୍ୟକ୍ତିତ୍ୱ ଧାରୀଙ୍କ ରୂପରେ ତୃତୀୟ ରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବେଶ ଧାରଣ କରି ମଞ୍ଚର ଶୋଭାକୁ ପରିବର୍ଦ୍ଧିତ କରିଥିଲେ l ଦଶମ ଶ୍ରେଣୀର ଛାତ୍ରୀ ସ୍ୱାତୀସ୍ନିଗ୍ଧା ନାୟକ ଏକକ ସଙ୍ଗୀତ ମୋ ଓଡିଶା ଗାନ କରିଥିଲେ l ସପ୍ତମ ଶ୍ରେଣୀର ଛାତ୍ର ସାଇ ସୁବିଦିତ ସାହୁ ସ୍ୱରଚିତ କବିତା ଓଡିଶାକୁ ଉପସ୍ଥାପନା କରିଥିଲେ l ତୃତୀୟ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗରୁୁ ଜଗତଜିତା ଦାସ ନିର୍ଦେଶିତ ଅନ୍ୟ ଶାସ୍ତ୍ରୀୟ ନୃତ୍ୟ ଏଠି ପବନ ଗାଏ ଗୀତ ଏଠି ନଦୀ ଝରଣା ହୁଏ ମିତ..’ କୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଏହି ଅବସରେର ବିଦ୍ୟାଳୟରେ ଅଧ୍ୟକ୍ଷ ବପିିନ କୁମାର ସାହୁ ଉପସ୍ଥିତ ବଦ୍ରିନାରାୟଣ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍କଳପ୍ରଦେଶକୁ ସଂଗଠତି କରିଥିବା ମହାନାୟକଙ୍କ ଜୀବନାଦେଶରେ ଅନୁପ୍ରାଣିତ ହୋଇ ଉତ୍କଳ ମାଟିକୁ ସୁରକ୍ଷା ଦବା ନିମନ୍ତେ ସର୍ବଦା ଜାଗ୍ରତ ରହିବା ତଥା ମାତୃଭୂମିପ୍ରତି ନିଜର କର୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରବିାକୁ ପରାମର୍ଶ ଦେଇଥିଲେ । ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶୁଭ୍ରାଶୁ ମୋହନ ଦାଶ କାର୍ଯ୍ୟକ୍ରମକୁ ସଂଜୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରଚିାଳନା କରିବା ନିମନ୍ତେ ବିଦ୍ୟାଳୟରେ ବରିଷ୍ଟ ନିରୀକ୍ଷକ ଓ ନିରୀକ୍ଷକା ସହେଯାଗର ହାତ ବଢ଼ାଇଥିଲେ। ପରିଶେଷରେ ଓଡିଆ ବିଭାଗର ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଯାଜକିା ଝରଣା ମିଶ୍ର , କେଶବ ଚନ୍ଦ୍ର ପ୍ରଧାନ , କ୍ଷଣପ୍ରଭା ନନ୍ଦ ,ଶକ୍ତିପ୍ରସନ୍ନ ମହାନ୍ତି , ବଜିୟ କୁମାର ପଣ୍ଡା , ବକିାଶ କୁମାର ଗୗଡ଼ , ସତ୍ୟଜିତ ନାଏକ , ରଶ୍ମିରଂଜନ ଦାସ ଆଦି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହିଭାବରେ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ତଥା ବିଦ୍ୟାଳୟ ର ସମସ୍ଥ କମକର୍ତ୍ତା ମନଭରି ଉପେଭାଗ କରିଥିଲେ l