Odia News Portal

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନଥିବାରୁ ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଟକ, ଦେବଗଡ, କେନ୍ଦୁଝର, କୋରାପୁଟ,ସୋନପୁରରେ , ରାୟଗଡା, ବାଲେଶ୍ୱର, ବରଗଡ, ବୌଦ୍ଧ, ସମ୍ବଲପୁର ଓ ନବରଙ୍ଗପୁର ଆଜି କୋଭିଡ୍ ଟିକାକରଣ ବନ୍ଦ ରହିଛି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।