Odia News Portal

କେବେ କମିବ ପରିବା ଦର

ଭୁବନେଶ୍ୱର: କାର୍ତ୍ତିକରେ କନ୍ଦଉଛି ପରିବାର । ଉପାନ୍ତରୁ ଉପକୂଳ ସବୁଠି ପରିବା ଦର ଆକାଶଛୁଅାଁ । ବ୍ରହ୍ମପୁର ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ପରିବା ଦର ବାଇଗଣ କିଲୋ ୫୦ ଟଙ୍କା ରହିଥିବା ବେଳେ ଟମାଟୋ ୮୦, ଦେଶୀ କଟକି ପୋଟଳ ୬୦, ହାୱାଡା ପୋଟଳ ୫୦, ତୋରଡ଼ା ୫୦, ବିନ୍ସ ୧୦୦, ଫୁଲକୋବି ଶହେ, ସାରୁ ୩୦, ବନ୍ଧା କୋବି ୩୦ରୁ ୪୦, ଭେଣ୍ଡି ୭୦ରୁ ୬୦, ଅମୃତଭଣ୍ଡା ୨୦, ବୋଇତାଳୁ ୨୦, ଅଲଡି ୬୦, କଞ୍ଚାକଦଳୀ କିଲୋ ୪୦ଟଙ୍କା, ଆଳୁ ୨୦ରୁ୨୨, ପିଆଜ ୪୦, ସଜନା ଶହେ, ବିଟ୍ ୬୦, ଗାଜର ୬୦, ସିମଲା ମରିଚ ୧୨୦, ଲଙ୍କା କିଲୋ ୭୦ଟଙ୍କାରେ ବିକ୍ରି କରାଯାଉଥିବା ବ୍ୟବସାୟୀ ଜେନା କହିଛନ୍ତି । ଆମିଷ ଖାଉନଥିବାରୁ ବାଧ୍ୟ ହୋଇ ପରିବା ନେଉଛନ୍ତି । କିନ୍ତୁ ଦର ଅଧିକ ରହିଥିବାରୁ ସେତେଟା ଖାସ୍ ବ୍ୟବସାୟ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ । କିଲେ ପରିବା ନେବା ବଦଳରେ ଅଧିକ ଦର କାରଣରୁ ଗ୍ରାହକ କମ୍ ଜିନିଷ କିଣି ନେଉଛନ୍ତି । ଜିଲ୍ଲାରେ ପରିବା ଆଦାୟ ନହେବା ପର୍ୟ୍ୟନ୍ତ ଏଭଳି ଦର ରହିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।