Odia News Portal

ଭିଡ଼ିଓ କଲରେ ଫୁଙ୍ଗୁଳା ଦେହ ଦେଖାଇ ବ୍ଲାକମେଲିଂ କରୁଥିଲେ, ଧରାପଡ଼ିଲା ବଡ଼ ଗ୍ୟାଙ୍ଗ

ଜୟପୁର: ଯୁବକଙ୍କୁ କରୁଥିଲେ ଫେକ୍ ଭିଡିଓ କଲ । ପ୍ରଥମେ କଥା ଆଉ ତାପରେ ଦେଖାଉଥିଲେ ଫୁଙ୍ଗୁଳା ଦେହ । ଯୁବପୀଢ଼ୀମାନେ ଏହାକୁ ଦେଖିବା ପରେ କିଛି ସମୟ ଅଟକି ରହୁଥିଲେ । ଆଉ ସେମାନଙ୍କୁ ଆପତ୍ତିଜନକ ଅଙ୍ଗ ଦେଖାଇବାକୁ କହୁଥିଲେ । ଯଦି କେହି ଲାଳାୟିତ ହୋଇ ଦେଖାଇ ଦେଉଥିଲା ସେ ଫସିଯାଉଥିଲା ହନିଟ୍ରାପରେ । ଏହାପରେ ଆରମ୍ଭ ହେଉଥିଲା ଅସଲ ଖେଳ । ସେମାନେ ରେକଡିଂକୁ ସୋସିଆଲ ମିଡିଆରେ ଭାଇରାଲ କରାଇଦେବାକୁ କହି କରୁଥିଲେ ବ୍ଲାକମେଲିଂ । ଆଉ ଭିଡିଓ ଡିଲେଟ କରିବାକୁ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଅନେକ ଧନୀ ଯୁବକମାନେ ଟଙ୍କା ମଧ୍ୟ ଦେଇଛନ୍ତି । ତେବେ ରାଜସ୍ଥାନରେ ଏକ ବଡ଼ ଗ୍ୟାଙ୍ଗ ଏବେ ଏଭଳି କରି ରୋଜଗାର କରୁଥିଲା ପୁଳା ପୁଳା ଟଙ୍କା ।

ବେରମ୍ବାର ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗୁରୁତ୍ୱର ସହ ନେଇ ଗୋଟିଏ ବଡ଼ ଗ୍ୟାଙ୍ଗକୁ ଧରିଛି । ସେମାନେ ନିୟମିତ ଭାବେ ଏଭଳି କରୁଥିବା ଜଣାପଡ଼ିଛି । ତେବେ ସେମାନେ ଅନେକ ଏଡିଟିଂ ଭିଡିଓ କରି ଲୋକଙ୍କୁ ବ୍ଲାକମେଲିଂ କରୁଥିବା ଜଣାପଡ଼ିଛି ।