Odia News Portal

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଜଧାନୀର ପାଇକନଗରରେ ଥିବା ଏସଆଇଙ୍କ ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନା ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଅଛନ୍ତି ।