Odia News Portal

ଦେବଗଡ ଜିଲ୍ଲା ତିଳେଇବଣି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଦେବଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ବିକାଶଙ୍କ ବଳମ ସ୍ଥିତ ବାସଭବନ ଓ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢଉ ବେଳେ ତାଙ୍କ ଘରୁ କିଛି ଜମିଜମା ସଂପର୍କିତ କାଗଜପତ୍ର ସମେତ ନଗଦ ୪ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଏଥିସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡି ଜବତ ହୋଇଛି । ବିକାଶଙ୍କ ବଳମରେ ଦୁଇ ମହଲା କୋଠା ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିକାଶଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ରହିଥିଲା । ସେହି ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଚଢାଉ କରିଛି । ମାତ୍ର ୫ ବର୍ଷ ୧୦ ମାସର ଚାକିରିକାଳରେ ଅମାପ ଧନସଂପତ୍ତି ଅର୍ଜନ କରିଛନ୍ତି କନିଷ୍ଠ ଯନ୍ତ୍ରୀ ।