Odia News Portal

ନାବାଳିକା ଓ ବିବାହିତ ପୁରଷଙ୍କ ମଧ୍ୟରେ ଚାଲିଥିଲା ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧା ହେଲା ପ୍ରେମିକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଚୋରା ପିରତି । ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧାହେଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ମୁଗୁନିପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରେମିକ ବାବୁ ମଲ୍ଲିକକୁ ଗାଁ ଲୋକେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ବନ୍ଧା ହୋଇଥିବା ବାବୁର ଘର ପଥରପେଣ୍ଠ ପଞ୍ଚାୟତ ବଡ଼ଗାଁରେ । ସେପଟେ ବାହାଘର କରାଇବାକୁ ଦାବି କରିଛନ୍ତି ନାବାଳିକାଙ୍କ ପରିବାର ।

ମିସକଲରୁ ନାବାଳିକାଙ୍କ ସହ ବାବୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘଦିନ ହେବ ଉଭୟ ଫୋନରେ କଥା ହେଉଥିଲେ । ଘରେ କେହି ନଥିବା ବେଳେ ନାବାଳିକା ଜଣକ ପ୍ରେମିକକୁ ଘରକୁ ଡକାଇଥିଲା । ଘରେ ଉଭୟ ପ୍ରେମିକ ପ୍ରେମିକା ରହିଥିବା ବେଳେ ଗାଁର କିଛି ଯୁବକ ତାଲା ପକାଇ ଦେଇଥିଲେ । ପରେ ଝିଅର ପରିବାର ଲୋକେ ଆସିବା ପରେ ତାକୁ ବାନ୍ଧି ଦେଇଥିଲେ । ତେବେ ଝିଅକୁ ତା ପ୍ରେମିକ ସହ ବିବାହ କରାଯାଉ ବୋଲି ଦାବି କରିଛନ୍ତି ନାବାଳିକାଙ୍କ ପରିବାର । ସେପଟେ ବନ୍ଧା ହୋଇଥିବା ବାବୁ ବିବାହିତ । ତାର ୪ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।