Odia News Portal

କୁଲଚା ଛୋଲେ ଦେଖି ବିରାଟଙ୍କ ଖୁସି କହିଲେ ନ ସରେ

ବିରାଟ କୋହଲି ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି । ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି । ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି ।

ତେବେ ଆଉ ଏକ କାରଣରୁ ବିରାଟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଦିଲ୍ଲୀ ଟେଷ୍ଟ ବେଳେ ସେ ପାଭିଲିୟନରେ ବସି କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ କିଛି ଆଲୋଚନା କରୁଥିଲେ । ଏହି ସମୟରେ ସେ ମଗାଇଥିବା ଖାଦ୍ୟ ଅର୍ଡର ଆସିଗଲା । ଏହା ଦେଖି ବିରାଟ ଖୁସି କହିଲେ ନ ସରେ । ସେ ଖୁସିରେ ତାଳି ମାଡ଼ କରିଦେଲେ । ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ହେଉଥିଲା ଯେ ସେ ଦିଲ୍ଲୀର ପ୍ରସିଦ୍ଧ ଛୋଲେ ବତୁରେ ମଗାଇଥିଲେ । କିନ୍ତୁ ଦ୍ରାବିଡ଼ କହିଛନ୍ତି ଯେ ତାହା ପ୍ରକୃତରେ ଥିଲା କୁଲଚା ଛୋଲେ । ତେବେ ଏହି ଖାଦ୍ୟ ପାଇଁ ଦ୍ରାବିଡଙ୍କୁ କୋହଲି ନିମନ୍ତ୍ରଣ କରିଥିଲେ ବି ଦ୍ରାବିଡ ନିଜର ବୟସ ଦର୍ଶାଇ ମସଲା ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ । ପୂର୍ବରୁ ମଧ୍ୟ ଅନେକ ଥର ଟିଭି ସାକ୍ଷାତକାର ବେଳେ ବିରାଟ ଦିଲ୍ଲୀ ଖାଦ୍ୟ ପ୍ରତି ନିଜର ଦୁର୍ବଳତା ପ୍ରକାଶ କରିଥିଲେ । ଏହି ନୂଆ ଘଟଣାରୁ ତାହା ପ୍ରମାଣିତ ହୋଇଯାଇଛି