Odia News Portal

ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ । VRS ପରେ ପାଣ୍ଡିଆନଙ୍କୁ ଚେୟାରମ୍ୟାନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ଗତକାଲି ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯାଇଥିଲା । ଗତ ୨୦ ତାରିଖରେ ସେ କେନ୍ଦ୍ରକୁ ସ୍ୱେଚ୍ଛାକୃତ ଅବସରପାଇଁ ଆବେଦନ କରିଥିଲେ ।

ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଦାୟିତ୍ୱ ନେଇଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ ଗତକାଲି ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖି ଜଣାଇଥିଲା କାର୍ମିକ ମନ୍ତ୍ରାଳୟ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଅନ୍ୟପଟେ ଏବେ ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ । ଖାଲି ଏତିକି ଯେ ତାହାନୁହେଁ, ବିଜୟ ଆହୁରି କହିଛନ୍ତି ଯେ, ଆମେ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନଥିଲା, ତେଣୁ VRS ନିଆଗଲା । ଏବେ ତାଙ୍କର ପ୍ରଭାବ କ’ଣ ରହିବ ତାହା କେବଳ ସମୟ କହିବ । ବ୍ୟୁରୋକ୍ରାଟ୍‌ମାନେ ଏବେ କିଭଳି ଗ୍ରହଣ କରିବେ ଦେଖିବାକୁ ବାକି ରହିଲା ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ।