Odia News Portal

ଆଗାମୀ ୫ଦିନ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ ଷ୍ଟ୍ରମ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦନି ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୧୮ ଓ ୧୯ ବେଳକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ଥିବାବେଳେ ସମଗ୍ର ରାଜ୍ୟରେ ବଜ୍ରପାତ ସହିତ ବର୍ଷା ହେବ ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଗାମୀ ୨୪ ଗଣ୍ଟାରେ କଳାହାଣ୍ଡି, ମୟୁରଭଞ୍ଜ,ବଲାଙ୍ଗିର, ସୋନପୁର,କନ୍ଧମାଳ,ବୌ.ଅନୁଗୁଳ, ଢେଙ୍କାନାଳ ଏବଂ କେଉଁଝରରେ ବଜ୍ରପାତ ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହାପରେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।