Odia News Portal

ଦିଦିଙ୍କ ଗଡ଼ରେ ଘମାଘୋଟ୍ ଲଢ଼େଇ

୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଫଳାଫଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ ୩୦ ଆସନରେ ଭୋଟିଂ ପ୍ରକ୍ରିୟା ହେବ । ସେହିପରି ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ୩୦ ଆସନରେ ଭୋଟିଂ ହେବ, ଏପ୍ରିଲ ୬ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୩୧ ଆସନରେ ଭୋଟିଂ ହେବ , ଏପ୍ରିଲ ୧୦ ତାରିଖରେ ଚତୁର୍ଥ ପର୍ଯ୍ୟାୟ ୪୪ ଆସନରେ ଭୋଟିଂ ହେବ, ଏପ୍ରିଲ ୧୭ ତାରିଖରେ ପଞ୍ଚମ ପର୍ଯ୍ୟାୟ ୪୫ ଆସନରେ ଭୋଟିଂ ହେବ, ଏପ୍ରିଲ ୨୨ ତାରିଖ ଷଷ୍ଠ ପର୍ଯ୍ୟାୟରେ ୪୩ ଆସନରେ ଭୋଟିଂ ହେବ , ଏପ୍ରିଲ ୨୬ ତାରିଖରେ ସପ୍ତମ ପର୍ଯ୍ୟାୟ ୩୬ ଆସନରେ ଭୋଟିଂ ଏବଂ ଏପ୍ରିଲ ୨୯ ତାରିଖରେ ୩୫ ଆସନରେ ଅନ୍ତିମ ତଥା ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ହେବ ।

ତେବେ ପଶ୍ଚିମବଙ୍ଗରେ ଏହି ଥର ହାଇଭୋଲଟେଜ୍‌ ମୁକାବିଲା ଦେଖିବାକୁ ମିଳିବ | ଏଠାରେ ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ୨୧୧ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। ୨୦୧୪ରେ କେବଳ ଦୁଇଟି ଲୋକସଭା ଆସନ ଜିତିଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଛି। ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ଦଳର ନିର୍ବାଚନୀ ପ୍ରଚାର ଜୋର ଧରିଲାଣି। ଏଥିସହ ନେତାଙ୍କ ଦଳ ଅଦଳ ବଦଳ ମଧ୍ୟ ଜୋରଦାର ଚାଲିଛି। ଧିରେ ଧିରେ ରାଜ୍ୟରେ ବିଜେପି ନିଜକୁ ସୁଦୃଢ କରିବାରେ ଲାଗିଛି।