Odia News Portal

ଓଡ଼ିଶାରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି

ବାଲେଶ୍ୱର: ଆନ୍ଧ୍ର ପରେ ପରେ ପୁଣିଥରେ ଓଡ଼ିଶାରେ ଦାଦାଗିରି ଆରମ୍ଭ କରିଛି ପଶ୍ଚିମବଙ୍ଗ । ସୀମାନ୍ତରେ ତିଆରି କରିଛି ପାଚେରୀ । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ୟ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ୟ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଭୋଗରାଇ ତହସିଲଦାର ଓ ପୁଲିସ ପହଞ୍ଚି ନିର୍ମାଣ କାର୍ୟ୍ୟ ବନ୍ଦ କରିଛନ୍ତି । ଏଣେ ପୁଣି ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ପାଚେରୀ କାମ ଆରମ୍ଭ କରିଛି। ଖବର ପାଇ ଘଟଣାସ୍ଥଳରେ ବାଲେଶ୍ୱର ପ୍ରଶାସନ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପଶ୍ଚିମବଙ୍ଗ ଜଳସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଉକ୍ତ କାର୍ୟ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଭୟ ଦେଖାଇ ବଳପୂର୍ବକ ପାଚେରୀ ନିର୍ମାଣ କରୁଥିଲେ।