Odia News Portal

କିଏ ଓଡ଼ିଶାର?

ଭୁବନେଶ୍ୱର: ଗତକାଲି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇଛି । ଓଡ଼ିଶାରୁ ମୋଦିଙ୍କ ଟିମରେ ତିନିଜଣଙ୍କୁ ସାମିଲ କରାଯାଇଛି । ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶର ଟୁଡୁ ମୋଦିଙ୍କ ଟିମରେ ସାମିଲ ହୋଇଛନ୍ତି । ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗରେ ଦାୟିତ୍ୱ ଦିଆଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ ଦାୟିତ୍ୱ ମିଳିଛି । ତେବେ ଅଶ୍ୱିନୀ ବୈଷ୍ଣବ ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।


ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଧମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି । ତେବେ ଧମେନ୍ଦ୍ର ପ୍ରଧାନ ହେଉଛନ୍ତି ଓଡ଼ିଶାର ପୁଅ । ଯେଉଁ କାରଣରୁ ଓଡ଼ିଆମାନେ ଗର୍ବ କରୁଛନ୍ତି କି ଧମେନ୍ଦ୍ର ଆମର । ସେପଟେ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଘର ରାଜସ୍ଥାନରେ ରହିଛି । ଏଣୁ ଧମେନ୍ଦ୍ର ପ୍ରଧାନଙ୍କ ଭଳି ଯଦି ଆମେ ଯେଖିବା ତେବେ ଅଶ୍ୱିନୀଙ୍କ ଲାଗି ରାଜସ୍ଥାନ ଗର୍ବ କରିବା କଥା । କିନ୍ତୁ ବିଜେପି କର୍ମୀମାନେ ତାଙ୍କୁ ଓଡ଼ିଆ ଭାବେ ଗର୍ବ କରୁଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।