Odia News Portal

ମନ୍ଦିର ପ୍ରବେଶ ପଥରେ କାହିଁକି ଥାଏ ଘଣ୍ଟି ?

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠ,ରୀତିନୀତି ଓ ପରମ୍ପରାର ଖୁବ ମାନ୍ୟତା ରହିଛି । ଦେବୀ ଦେବତାକୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ରୀତିନୀତିରେ ପୂଜାପାଠ କରାଯାଏ । ଧାର୍ମିକ ଶାସ୍ତ୍ରରେ ପୂଜାପାଠକୁ ନେଇ କେତେକ ଖାସ ନିୟମ ରହିଛି ।ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମନ୍ଦିର ମଧ୍ୟରେ ଘଣ୍ଟିକୁ ନେଇ ଥିବା ସେହିଭଳି ଏକ ଧାର୍ମିକ କଥା ବିଷୟରେ ।

ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ପ୍ରବେଶ କରିବାକୁ ପଡ଼ିଥାଏ ବୋଲି ପ୍ରାଚୀନ କାଳରୁ ମାନ୍ୟତା ରହିଛି । ଲୋକମାନ୍ୟତା ଅନୁସାରେ ଏହାକୁ ବଜାଇବା ମାତ୍ରେ ମନ୍ଦିରରେ ବିରାଜିତ ଦେବୀ ଦେବତାଙ୍କ ପ୍ରତିମାରେ ଚେତନା ଜାଗ୍ରତ ହୋଇଥାଏ । ଯାହାପରେ କରାଯାଇଥିବା ପୂଜା ପ୍ରଭାବଶାଳୀ ହୋଇଥାଏ ।

ଏହା ବ୍ୟତୀତ ଘଣ୍ଟିର କର୍ଣ୍ଣପ୍ରିୟ ଧ୍ୱନି ଏବଂ ମନ ଓ ମସ୍ତିଷ୍କକୁ ଆଧ୍ୟାତ୍ମିକ ଆଡ଼କୁ ନେଇ ଯାଉଥିବା ଶକ୍ତି ଥାଏ ବୋଲି ମାନ୍ୟତା ରହିଛି। ଯାହାଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏହି କାରଣରୁ ସକାଳ ଏବଂ ସଂନ୍ଧ୍ୟାରେ ଆଳତୀ ସମୟରେ ବିଶେଷ ଭାବରେ ଘଣ୍ଟି ବଜାଯାଇଥାଏ ।ହିନ୍ଦୁ ଶାସ୍ତ୍ର ଅନୁସାରେ ଧର୍ମସ୍ଥଳରେ ଏହିଭଳି କାର୍ଯ୍ୟ ମନକୁ ଶାନ୍ତି ପ୍ରଦାନ କରିଥାଏ । ତେବେ ଘଣ୍ଟି ବ୍ୟତୀତ ମନ୍ଦିରରେ ଘଣ୍ଟ ଓ ଶଙ୍ଖର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ ।