Odia News Portal

ପାରିବାରିକ କଳହରେ ବଳି ପଡିଥିଲା କାଳିଆ,ଧରା ପଡ଼ିଲା ହତ୍ୟାକାରୀ

ଧରା ପଡିଲା କାଳିଆର ହତ୍ୟାକାରୀ | ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀକୁ ଗିରଫ କରିଛି ପୁଲିସ ।ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ପଡୋଶୀ ମହିଳା ଜଣକ ସ୍ୱୀକାର କରିଛନ୍ତି । ପଡୋଶୀ ଘର ଲୋକେ ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଗତକାଲି ଗାଁର ଏକ କୂଅ ଭିତରୁ ୩ ବର୍ଷର ଶିଶୁ ପୁତ୍ର କାଳିଆର ମୃତଦେହ ମିଳିଥିଲା। ମାମଲାର ଛାନଭିନ୍‌ ପରେ ପଡ଼ୋଶୀ ଘର ମହିଳାଙ୍କୁ ଗିରଫ କରିଥିଲା ପୋଲିସ୍।

ଏସମ୍ପର୍କରେ ପଚରାଉଚରା ବେଳେ ମହିଳା ଜଣକ ସ୍ୱୀକାର କରିଥିବା ପୋଲିସ୍ କହିଛି। ସଂପୃକ୍ତ ମହିଳା ଜଣକ କାଳିଆକୁ ଘର ନିକଟରୁ ଉଠାଇ ନେଇ ତଣ୍ଚିଚିପି ହତ୍ୟା କରିବା ପରେ କୂଅରେ ଫୋପାଡ଼ି ଦେଇଥିବା ପୋଲିସ୍ କହିଛି। ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭୁଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।