Odia News Portal

ତାନ୍ତ୍ରିକ କରିବ ମୃତ ବ୍ୟକ୍ତିକୁ ଜୀବିତ !

*ଅନ୍ଧ ବିଶ୍ୱାସ ଆଗରେ ହାର୍ ମାନିଲା ବିଜ୍ଞାନ |
*ମୃତ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ରାତି ତମାମ୍ ପୂଜାପାଠ |

ନୟାଗଡ଼: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସର କଳା ଖେଳ । ଯେଉଁଠି ଫେଲ ମାରିଲେ ଡାକ୍ତର, ସେଠି ତାନ୍ତ୍ରିକ କରିବ ଶବକୁ ଜୀବିତ । ମୃତ ବ୍ୟକ୍ତି ତାନ୍ତ୍ରିକର ପୂଜାପାଠ ପରେ ପୁଣିଥରେ ଜୀବିତ ହୋଇ ବସିବ |କିଛି ଏପରି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛନ୍ତି ନୟାଗଡ଼ ଶରଣକୁଳ ଥାନା ବରସାହି ଗାଁର ଲୋକେ । ମୃତବ୍ୟକ୍ତିକୁ ବଞ୍ଚାଇବା ପାଇଁ ଏଠାରେ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ,ନୟାଗଡ଼ ବରସାହି ଗାଁରେ ଶନିବାର ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ନକରି ଶବକୁ ନେଇ ସିଧା ପହଞ୍ଚି ଯାଇଥିଲେ ଯାଇଥିଲେ ତାନ୍ତ୍ରିକ ନିକଟରେ, ଆଉ ପରେ ମୃତଦେହକୁ ବଞ୍ଚାଇବାକୁ ଯାଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ।ଶବ ଉପରେ ଢଳା ଯାଇଥିଲା ଗରା ଗରା ପାଣି |ବଞ୍ଚାଇବା ପାଇଁ ନାମ ସଂକୀର୍ତନ ମଧ୍ୟ ଚାଲିଥିଲା l ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଶରଣକୁଳ ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ l ତେବେ ଶରଣକୁଳ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ।