Odia News Portal

ଖେଳ ଆରମ୍ଭରୁ ଭାରତକୁ ଝଟକା

ସାଉଥମ୍ପଟନ୍‌: ଷଷ୍ଠଦିନ ଖେଳ ଆରମ୍ଭରୁ ଭାରତକୁ ଲାଗିଛି ଝଟକା । ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଭାରତ ଏବେ ୭୯ ରନରେ ୪ଟି ୱିକେଟ ହରାଇଛି । ଆଜିଙ୍କ୍ୟା ରାହାଣେ ଓ ଋଷଭ ପନ୍ଥ ଏବେ ପଡ଼ିଆରେ ବ୍ୟାଟିଂ ଜାରି ରଖିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ବର୍ଷା ଯୋଗୁଁ ୫ଦିନ ବଦଳରେ ୬ଦିନ ଖେଳ ହେଉଛି । ତେବେ ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ ଜାରି ରଖିଛି । ଭାରତ ଏବେ ୪୯ ରନ ଲିଡ ଦେଇଛି ।