Odia News Portal

WTC ଫାଇନାଲ ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ସଚିନ

ସାଉଥମ୍ପଟନ୍‌: ଫାଇନାଲ ମ୍ୟାଚରେ ଭାରତର ପରାଜୟ ପରେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯାଉଛି । କ୍ରିକଟେର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁକର ପରାଜୟ ପରେ ମୁହଁ ଖୋଲିଛନ୍ତି । ବିରାଟ ଓ ପୂଜାରାଙ୍କ ଆଉଟ ଭାରତ ଲାଗି ପରାଜୟ ଆଣିଥିବା ସେ କହିଛନ୍ତି । ସଚିନ କହିଛନ୍ତି କି, ମୁଁ ପୂର୍ବରୁ କହିଥିଲି କି ରିଜର୍ଭ ଡେ’ର ପ୍ରଥମ ୧୦ ଓଭର ଭାରତ ଲାଗି ମହତ୍ୱପୂର୍ଣ୍ଣ ହେବ । ମାତ୍ର ୧୦ଟି ବଲରେ ଦଳର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ ଓ ପୂଜାରା ଆଉଟ ହୋଇଥିଲେ । ଯାହା ଫଳରେ ଦଳ ବଡ଼ ବିପର୍ଯୟର ସମ୍ମୁଖୀନ ହୋଇଥିଲା ।

ସୂଚନା ଥାଉକି, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିଲା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ । ବର୍ଷା ଓ ଖରାପ ଲାଇଟ୍ ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ମାତ୍ର ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ବିଜୟର ସ୍ୱାଦ ଚାଖିଥିଲା । ଭାରତ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଥିଲା । ଦଳର ଖେଳାଳୀମାନେ ମଧ୍ୟ ଦମଦାର ଫର୍ମରେ ଥିଲେ । ଏଣୁ ଭାରତ ପ୍ରଥମଥର ଲାଗି ଆୟୋଜିତ ବଡ଼ ସିରିଜରେ ନାମ ରଖିବ ବୋଲି ଆଶା ରଖିଥିଲେ କ୍ରିକେଟ ପ୍ରେମୀ । ମାତ୍ର ସବୁ ଆଶା ମଳିନ ହୋଇଥିଲା ।