Odia News Portal

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ଯୁବନେତା ସଂଗ୍ରାମ ଜେନା । ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଯୁବ କଂଗ୍ରେସର ସଭାପତି ଥିଲେ ସଂଗ୍ରାମ । କରୋନାରେ ଆକ୍ରାନ୍ତ ହୋଇ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା । ତାଙ୍କ ପରଲୋକରେ କଂଗ୍ରେସ ଭବନରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ଏନେଇ ସୂଚନା ଦେଇଛନ୍ତି ।