Odia News Portal

ପେଟ୍ରୋଲ ପରେ ୧୦୦ ପାରକଲା ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ରେଟ୍ ୧୦୦ ପାର ହୋଇଥିବା ବେଳେ ଆଜି ରେକର୍ଡ କରିଛି ଡିଜେଲ ଦର । ରାଜସ୍ଥାନରେ ୧୦୦ ପାର କରିଛି ଡିଜେଲ ରେଟ୍ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ୧୦୭ ଟଙ୍କା ରହିଛି ଡିଜେଲ ଦର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୯ ମାସରେ ୨୫ ଟଙ୍କା ଉପରେ ବଢ଼ିଛି ଡିଜେଲ ଦର । ଯାହାକି ନିମ୍ନ ମଧ୍ୟବିତ ପରିବାରଙ୍କୁ ଲାଗି ମହଙ୍ଗା ମାଡ଼ ହୋଇଛି ।

ଅନ୍ୟପଟେ ଡିଜେଲ ଓ ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି କି ଯେତେବେଳେ ଦେଶବାସୀ ବିପଦରେ ଅଛନ୍ତି, ଲୋକ ରୋଜଗାର ହରାଇ ଆର୍ଥିକ ସଂକଟ ଭିତରେ ଗତି କରୁଛନ୍ତି ସେତେବେଳେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ୨.୫ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି ।