Odia News Portal

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା କରିଛନ୍ତି ସେ । ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି ନିଜ ଗୁଜରାଟ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ବିସ୍ତାର କରିବା ଏବଂ ସାଂପ୍ରତିକ ସ୍ଥିତିର ସମୀକ୍ଷା ପାଇଁ କେଜ୍ରିଓ୍ଵାଲ ଗୁଜରାଟ ଗସ୍ତ କରିଛନ୍ତି।

ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ୍ ଦୃଷ୍ଟିରେ ଦେଖାଯାଉଛି। ରାଜନୈତିକ ପାର୍ଟି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି ଆସନ୍ତା ବର୍ଷ ଗୁଜରାଟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସୋମବାର ଗୁଜରାଟ ଗସ୍ତରେ ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଏହାର ଘୋଷଣା ମଧ୍ୟ କରି କହିଛନ୍ତି ଯେ, ଦଳ ୧୮୨ ଆସନରେ ନିର୍ବାଚନ ଲଢିବ।