Odia News Portal

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ଟାରୁ ରାତି ୮ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ । ଅନ୍ୟପଟେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱିମିଂ ପୋଲ, ସିନେମା ହଲ, ପବ୍ଲିକ ପାର୍କ, କମ୍ୟୁନିଟି ହଲ, ଷ୍ଟାଡିୟମ, ସ୍ପୋର୍ଟସ୍ କମ୍ପେ୍ଲକ୍ସ ଆଦି ପୂର୍ବଭଳି ବନ୍ଦ ରହିବ ବୋଲି କୁହାଯାଇଛି ।

ସେପଟେ ରେଷ୍ଟୁରାଣ୍ଟ, ସେଲୁନ ଓ ହୋଟେଲ ଖୋଲା ରହିବବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ୫୦ ପ୍ରତିଶତ ଲୋକଙ୍କୁ ବସାଇବା ଲାଗି କୁହାଯାଇଛି । ରାଜ୍ୟର ଧାର୍ମିକ ସ୍ଥଳ ଗୁଡ଼ିକୁ ଖୋଲାଯାଇଛି । ତେବେ ସେଠାକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରଖାଯାଇଛି । ଗୋଟିଏ ସପ୍ତାହ ଲାଗି ଟ୍ରାଏଲ ବେସିସରେ ଏହା କରାଯାଇଛି । ଆଗକୁ ସଂକ୍ରମଣ ହାର କମିଲେ ରାଜ୍ୟରେ ଲକଡାଉନ କୋହଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।