Odia News Portal

ଅଧିକ ପିଲାଥିଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମାୱି ନିଆରା ଭାବରେ ପୁରସ୍କାର ଘୋଷଣା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଦେବେ ଲକ୍ଷେ । ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଛି । ମିଜୋ ସଂପ୍ରଦାୟର ଲୋକଙ୍କ ସଂଖ୍ୟା କମି ଚାଲିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ପୁରସ୍କାର ଟଙ୍କା ରବର୍ଟ ନିଜ ପୁଅ ନାଁ ରେ ଥିବା ଏକ କମ୍ପାନୀରୁ ଭରଣା କରିବେ । ଅରୁଣାଚଳ ପ୍ରଦେଶ ପରେ ମିଜୋରାମ ଜନସଂଖ୍ୟା ଘନତ୍ୱରେ ଦ୍ୱିତୀୟ ସର୍ବନିମ୍ନ । ଅରୁଣାଚଳରେ ୧ ବର୍ଗ କିମିରେ ୧୭ ଜଣ ରହୁଥିବା ବେଳେ ମିଜୋରାମରେ ୫୨ ।