Odia News Portal

ନୂଆ କ୍ୟାପଟେନ ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ ଦାୟିତ୍ବ ଦିଆଯାଇଛି ।

ଯୁବକଙ୍କୁ ଛୁରା ମାଡ଼, ମତଦାନକୁ ନେଇ ବଚସା ପରେ ଆକ୍ରମଣ

ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼। ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ। ୧୬ ନମ୍ବର ବୁଥ୍ ସାମ୍ନାରେ ହିଁ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି। ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଏଭଳି ଛୁରା ମାଡ଼

ଆଜି ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ଆଜି ଯକ୍ଷ୍ମା ଦିବସ । ଏହି ଯକ୍ଷ୍ମା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଦେଶ ବ୍ୟାପି ଯକ୍ଷ୍ମାରୋଗକୁ ସମ୍ପୂର୍ଣ ହଟାଇବା ପାଇଁ ସ୍ୱତନ୍ତ୍ର

ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଚାଲିଛି ପୌର ଭୋଟ । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ଏସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ସକାଳ ୮ଟାରୁ ଭୋଟଦାନ

ପୌର ନିର୍ବାଚନ ପାଇଁ , ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ

ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଳାସପଲ୍ଲୀ ୟୁପି ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ରେ ୫୪୪ ନମ୍ବର ବୁଥରେ ଭୋଟ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାୟ ୧ ହଜାର ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳାଇଲେ ପୁଟିନ

ପୁଟିନଙ୍କୁ ଧୀରେ ଧୀରେ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ହେଲେଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ହୋଇପଡିଛନ୍ତି ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି

ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଲଗା ହୋଇଗଲେ ପୁଟିନ୍‌ଙ୍କ ଝିଅ ଜ୍ୱାଇଁ

ରୁଷ-ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧର ପ୍ରଭାବ ଏବେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍‌ଙ୍କ ପରିବାର ଉପରେ ପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ମଧ୍ୟ ପ୍ରଭାବିତ କରିଛି। ୟୁକ୍ରେନ ଯୁଦ୍ଧ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କ

ମାନସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ତଦନ୍ତ କରିବ ।

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ଜିରୋ ଟଲରେନ୍ସ:ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।