Odia News Portal

ଆଜିଠୁ ଖୋଲିଲା ଭିତରକନିକା

ଦୀର୍ଘ ୧୦ଦିନ ଧରି ବନ୍ଦ ଥିଲା ଭିତରକନିକା । ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୧୦ଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ୨ ରୁ ୧୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା। ବଉଳା କୁମ୍ଭୀର ଗଣନା

ରାଜ୍ୟରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ

ଓଡିଶାରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ । । ରାଜ୍ୟରେ ଆଜି ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୦୯୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ

ଶୋଇଥିବା ବେଳେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ: ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କରାଠାରେ ଏହି ଅଭାବନୀୟ ଘଟଣା । ସୂଚନାନୁସାରେ ମଙ୍ଗଳଵାର ସନ୍ଧ୍ୟାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହା ପରେ ସେମାନେ ସ୍ବାଭାବିକ ଭାବେ

ପାହାଡ ଉପରେ ହଜାର ହଜାର ନିମ ବୃକ୍ଷ ଅଛି,ଶ୍ରୀ ଜଗନ୍ନାଥ ଙ୍କ ସ୍ୱପ୍ନଦେଶ

ପାହାଡ଼ ଉପରେ ହଜାର ହଜାର ନିମ ବୃକ୍ଷ । ଯାହାକୁ କେହି କେବେ ବି ଦେଖି ନଥିଲେ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନଦେଶ ପରେ ଏବେ ପ୍ରଖର ବେଗରେ ବ୍ୟାପିଗଲା ଏହି ଘଟଣା । ଆପଣଙ୍କୁ ଏହା ଆଶ୍ଚଯ୍ୟ ଲାଗୁଥିଲେ ବି ଏହା ସତ୍ୟ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଓରନ୍ଦା ଗ୍ରାମର

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ରାଜ୍ୟରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ

ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥୀବ ଶରୀର

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ଅଭିନେତା ଦାସଙ୍କ ପାର୍ଥିବ ଶରୀର। କଟକ ସ୍ଥିତି ସତୀଚଉରାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ ଥିବା ଆଉ ଏକ ଘରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା।

ମହାନଦୀ ପଠାରୁ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ ସିଡିଏ ନିକଟରେ ଥିବା ମହାନଦୀ ଫାଶୀଦିଆ ନଦୀପଠାରୁ ଏସ୍ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଡାକ୍ତରଙ୍କ ନାଁ ଜଗମୋହନ ସେଠୀ । ସେ ଏସ୍ସିବି ସର୍ଜରୀ ବିଭାଗ ପିଜି ଶେଷ ବର୍ଷର ଛାତ୍ର। ସିଡିଏ ଫେଜ-୨ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ

ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ ଅନର

ଆସନ୍ତାକାଲି ହେବ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ । ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଦିଆଯିବ ଗାର୍ଡ ଅଫ ଅନର । ଗାର୍ଡ ଅଫ ଅନର ଦିଆଯିବା ନେଇ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି । ମିହିରଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । କେବଳ ବଲିଉଡ ନୁହେଁ ତାଙ୍କୁ ଭଲ

ଅଭିନେତା ମିହିରି ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଆଉ ନାହାନ୍ତି ବର୍ଷିଆନ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ

ବ୍ୟାଙ୍କ ରେ ନିଆଁ ଲଗାଇଦେଲେ ବ୍ୟାକ୍ତି

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଲୋନ ପାଇଁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି। ଏଭଳି ଘଟଣା ହାଭେରୀ ଜିଲ୍ଲାରେ ହୋଇଥିବାର ଜଣାପଡିଛି । ଏହି ବ୍ୟକ୍ତି ବ୍ୟାଙ୍କରେ ଲୋନ ପାଇଁ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ବ୍ୟକ୍ତି ଜଣକ ବିରକ୍ତ